Home › Health tips › କ'ଣ ଟେଷ୍ଟ କରିବେ (ସ୍କ୍ରିନିଂ)
ବ୍ରେଷ୍ଟ କ୍ୟାନ୍ସର୍: ନିଜର normal ଜାଣନ୍ତୁ
ଭାରତୀୟ ମହିଳାମାନଙ୍କଠାରେ ବ୍ରେଷ୍ଟ କ୍ୟାନ୍ସର୍ ସବୁଠାରୁ ସାଧାରଣ କ୍ୟାନ୍ସର୍। ଶୀଘ୍ର ଜଣାପଡିଲେ, ଏହାର ଚିକିତ୍ସା ସହଜ ହୋଇଥାଏ।
ସ୍ୱାସ୍ଥ୍ୟ କର୍ମୀଙ୍କ ସହ ପରାମର୍ଶ କରନ୍ତୁ
- ୩୦ ରୁ ୬୫ ବର୍ଷ ବୟସର ମହିଳାମାନେ ବ୍ରେଷ୍ଟ ଚେକ୍ (କ୍ଲିନିକାଲ୍ ବ୍ରେଷ୍ଟ ଏକ୍ସାମ୍) କରାଇପାରିବେ
- ଏହା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ
- ପ୍ରତି ୫ ବର୍ଷରେ ଥରେ, କିମ୍ବା ଆପଣଙ୍କ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ
ନିଜ ଶରୀରକୁ ଜାଣନ୍ତୁ
- ମାସକୁ ଥରେ ନିଜ ବ୍ରେଷ୍ଟ ଦେଖନ୍ତୁ ଏବଂ ଛୁଇଁ ଦେଖନ୍ତୁ
- ଆପଣଙ୍କ ପାଇଁ କ'ଣ ସ୍ୱାଭାବିକ ତାହା ଜାଣନ୍ତୁ
- ଯଦି କିଛି ପରିବର୍ତ୍ତନ ହୁଏ, ତେବେ ଶୀଘ୍ର ଡାକ୍ତରଙ୍କୁ ଦେଖାନ୍ତୁ
ମାମୋଗ୍ରାମ୍ ବିଷୟରେ
- ମାମୋଗ୍ରାମ୍ ହେଉଛି ବ୍ରେଷ୍ଟର ଏକ ଏକ୍ସ-ରେ
- ଆପଣଙ୍କୁ ଏହାର ଦରକାର କି ନାହିଁ ଡାକ୍ତରଙ୍କୁ ପଚାରନ୍ତୁ, ବିଶେଷ କରି ୪୦ ବର୍ଷ ପରେ
- କିମ୍ବା ଯଦି କୌଣସି ନିକଟ ସମ୍ପର୍କୀୟଙ୍କର ବ୍ରେଷ୍ଟ କ୍ୟାନସର ହୋଇଥିଲା
ଉତ୍ସ
କେବଳ ସୂଚନା, ଡାକ୍ତରୀ ପରାମର୍ଶ ନୁହେଁ। ସବୁବେଳେ ନିଜ ଡାକ୍ତରଙ୍କ ସହ କଥା ହୁଅନ୍ତୁ।